ଅପରାଧ

ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ, ଜାଳିଦେଲେ ପୋଲିସ ଭ୍ୟାନ

(ସେଖ ଫୈଜନ କାଦ୍ରୀ/ଭଦ୍ରକ): ପୋଲିସ ଯୋଗୁ ଗଲା ଦିବ୍ୟାଙ୍ଗଙ୍କ ଜୀବନ । ଉତ୍ତ୍ୟକ୍ତ ଲୋକେ ପୋଲିସ ସହ ମୁହାଁମୁହିଁ ବେଳେ ବିଚ ରାସ୍ତାରେ ଜାଳିଦେଲେ ଗାଡି । ଆଜି ଏଭଳି ଘଟଣା ଭଦ୍ରକ ଜିଲ୍ଲା ତିହିଡି ଥାନା ଅଲ୍ଲିନଗର ଛକରେ ଘଟିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଯୁବକଙ୍କ ମୃତଦେହକୁ ଧରି ସ୍ଥାନୀୟ ଲୋକେ ଭଦ୍ରକ-ଚାନ୍ଦବାଲି ରାସ୍ତା ଅଲ୍ଲିନଗର ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ସୂଚନା ଅନୁଯାୟୀ, ତିହିଡି ଥାନା ହାତୁଆରୀ ଗାଁର ବାପି ମହାଳିକ ଆଜି ତାଙ୍କ ଭଉଣୀ ଘରକୁ ଯାଇଥିଲେ । ସେଠାରେ ତାଙ୍କୁ ପୋଲିସ ଅଚାନକ କୌଣସି କାରଣରୁ ଗୋଡାଇଥିଲା । ପୋଲିସ ଭୟରେ ବାପି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପାଖ ପୋଖରୀରେ ପଡିଯାଇଥିଲେ । କିନ୍ତୁ ଏହି ସମୟରେ ପୋଲିସ ସେଠାରୁ ପଳାଇଥିଲା । ଖବର ପାଇ ପରିବାର ଲୋକେ ଓ ଗ୍ରାମବାସୀ ପୋଖରୀରେ ଖୋଜାଖୋଜି କରି ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ । ପୋଲିସ ପାଇଁ ଯୁବକଙ୍କ ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୋଲିସର ଏଭଳି କାର୍ଯ୍ୟକଳାପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଉତ୍ତ୍ୟକ୍ତ ଲୋକେ ପୋଲିସକୁ ମାଡ ମାରିବା ସହ ଭ୍ୟାନରେ ନିଆଁ ଲଗାଇ ଦେଇଥିଲେ । ଆଜିର ଏହି ଘଟଣା ପରେ ଭଦ୍ରକ ଅତିରିକ୍ତ ଏସପି ଓ ତହସିଲଦାର ମତ ଦେଇଛନ୍ତି ।

Related posts

ସଭାମଞ୍ଚରେ ଗୁଳି ଫୁଟାଇବା ପଡିଲା ମହଙ୍ଗା

Report

୩ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁବୃର୍ତ୍ତ

Report

ମହିଳା ଡିଏସପିଙ୍କ ଘରୁ ଡକାୟତି କରିଥିବା ୩ ଅଭିଯୁକ୍ତ ଗିରଫ

Report

Leave a Comment