କମେଣ୍ଟ ମାରିବା ପଡିଲା ମହଙ୍ଗା

ଯୁବକ ଗଲେ ଦେଢ ବର୍ଷ ଜେଲ

0

ମୁମ୍ବାଇ: ଦିନକୁ ଦିନ ଆଇନି ସଶକ୍ତ ହେଉଛି । କିନ୍ତୁ ସମାଜରେ ଅପରାଧ କମିବା ବଦଳରେ ବଢିବଢି ଚାଲିଛି । ଦେଶରେ ପ୍ରତିଦିନ ଝିଅମାନଙ୍କୁ ନିର୍ଯାତନା ଏବଂ ବଳକ୍ରାର କରାଯାଉଥିବା ମାମଲା ସାମ୍ନାକୁ ଆସୁଛି । ତେବେ ଏମିତି ଏକ ଅପରାଧ ବିରୋଧ୍ୟରେ କୋର୍ଟଙ୍କ ରାୟ ଆସିଛି । ଯାହା ଶୁଣିଲେ ଅପରାଧୀ ଅପରାଧ କରିବା ପୂର୍ବରୁ ଥରୁଟିଏ ଭାବିବ ନିଶ୍ଚୟ । ଦେଶରେ ପ୍ରତିଦିନ କୋଉଠି ନା କୋଉଠି ଦୁଷ୍ମମ ହୋଇଥିବା ଅଭିଯୋଗ ଆସୁଛି । ଏମିତି ଏକ ଘଟଣା ସାମନ୍ନାକୁ ଆସିଛି । ଯେଉଁଥିରେ ମହମ୍ମଦ ଅବରାର ଖାନ ନାମକ ପିଲା ଜଣେ ନାବଳିକଙ୍କୁ ସ୍ଲୁଲ ଯିବା ବାଟରେ ତାର ଚୁଟି ଝିଙ୍କି ଆଇଟମ କହି କମେଣ୍ଟ ମାରିଥିଲା । ଏହା ପରେ ନାବାଳିକାର ପରିବାର ଲୋକେ ଏନେଇ ଅଭିଯୋଗ କରିଥିଲେ । ତେବେ ୭ ବର୍ଷ ପୂର୍ବରୁ ହୋଇଥିବା ମାମଲାର ୨୦ ଅକ୍ଟୋବର ଦିନ ଶୁଣାଣି କରାଯାଇଛି । ଘଟଣାର ଶୁଣାଣି କରି ମୁମ୍ବାଇ ଡିଣ୍ଡୋସି ଅଧିବେଶନ କୋର୍ଟ ଅଭିଯୁକ୍ତକୁ ଦେଢ ବର୍ଷ ଜେଲ ଦଣ୍ଡ ଦେବା ସହ ୫୦୦ଟଙ୍କାର ଜେରିମାନ ଲଗାଇଛନ୍ତି ।

ସୂଚନାମୁତାବକ, ୧୪ ଜୁଲାଇ ୨୦୧୫ ମସିହାରେ ଦିନ ପ୍ରାୟ ୧.୩୦ରେ ନାବାଳିକା ଜଣକ ବିଦ୍ୟାଳୟରୁ ଫେରୁଥିଲେ । ସେହି ସମୟରେ କିଛି ଯୁବକ ସହ ମହମ୍ମଦ ଅବରାର ଖାନ ସେହି ଗଳିରେ ବସିଥିଲା । ଝିଅଟିକୁ ଏକୁଟିଆ ଦେଖି ଅବରାର ଖାନ “ଆଇଟମ କିଧର ଯା ରୋହେ ହୋ” ବୋଲି କମେଣ୍ଟ ମାରିଥିଲା । ତେବେ ଝିଅଟି ଘରକୁ ଯାଇ ପରିବାର ବର୍ଗଙ୍କୁ ସମସ୍ତ କଥା କହଥିଲା । ଏହା ପରେ ତାଙ୍କ ପରିବାର ଲୋକ ଏପରି ଘଟଣା ଆଉ କେବେ ସମାଜରେ ନ ହେଉ । ସେଥିପାଇଁ କଡା ପଦକ୍ଷେପ ନେବାକୁ ପୋଲିସ ପାଖରେ ଅଭିଯୋଗ କରିଥିଲେ । ତେବେ କୋର୍ଟ ଘଟଣାର ସମସ୍ତ ତଥ୍ୟକୁ ନଜରରେ ରଖି ଶୁଣାଣି କରିଛନ୍ତି । ଏହା ସହ କୋର୍ଟ କହିଛନ୍ତି ଯେ,”ଆଇଟମ୍” ଏକ ଯୌନ ଉପୀଡନର ସଂଜ୍ଞା । ତେବେ ଏହାକୁ ନଜରରେ ରଖି କୋର୍ଟ, ଶିଶୁ ସୁରକ୍ଷା ଆଇନ ଅନୁସାରେ ଧାରା ୩୫୪ ଅନୁସାରେ ଅଭିଯୁକ୍ତଙ୍କ ବିରୋଧରେ ଶକ୍ତ କାର୍ଯାନୁଷ୍ଠାନ ଶୁଣାଇଛନ୍ତି ।