ଓଡିଶା

ସୋସିଆଲ ମିଡିଆରେ ଯୁବ ବିଧାୟକଙ୍କ ପ୍ରେମକୁ ନେଇ ଚର୍ଚ୍ଚା

(ଭୁବନେଶ୍ୱର): ଜଣେ ଯୁବ ବିଧାୟକଙ୍କ ସହ ଜଣେ ଯୁବତୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଉଭୟ ଅବିବାହିତ । ଏଣୁ ଏହି ଫଟୋକୁ ନେଇ ଚାରିଆଡେ ଏବେ ଚର୍ଚ୍ଚା । ଯୁବତୀ ଜଣକ ସିଧାସଳକ ବିଧାୟକଙ୍କ ନାଁକୁ ନେଇ ତାଙ୍କ ସହ ରିଲେସନସିପରେ ଥିବା ବିଷୟରେ ଫେସବୁକରେ ଘୋଷଣା କରିଛନ୍ତି । ତେବେ ବିଧାୟକ ଜଣକ ଏଯାଏ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖି ନାହାନ୍ତି । ଫଳରେ ଏହା ଯୁବତୀଙ୍କ ଏକତରଫା ପ୍ରେମ କି ଏହା ପଛରେ ଅନ୍ୟ ରହସ୍ୟ ଲୁଚି ରହିଛି ତାହା ଏଯାଏ ଜଣାପଡିନାହିଁ ।
ସୂଚନା ଅନୁଯାୟୀ, ଯୁବତୀ ଜଣକ ଜଗତସିଂହପୁର ଜିଲ୍ଲାର । ଦୁଇ ବର୍ଷ ତଳେ ପ୍ରଥମେ ସେ ଏଭଳି ପୋଷ୍ଟ କରିଥିଲେ । ସେତେବେଳେ ଏହାକୁ ନେଇ ବିଶେଷ ଚର୍ଚ୍ଚା ହୋଇନଥିବା ବେଳେ ଆଜି ଏହି ଫଟୋ ଭାଇରାଲ ହୋଇଛି । ତେବେ ଯୁବତୀ ଜଣକଙ୍କ ନିଜର ସୋସିଆଲ ମିଡିଆ ଆକାଉଣ୍ଟକୁ ସମ୍ପୁର୍ଣ୍ଣ ଉନ୍ମୁକ୍ତ ରଖିନାହାନ୍ତି । ଫଳରେ ଆକାଉଣ୍ଟରେ ଥିବା ତାଙ୍କ ସାଙ୍ଗମାନେ ହି ଏହି ପୋଷ୍ଟ କେବଳ ଦେଖି ପାରିବେ ଓ କମେଣ୍ଟ କରିପାରିବେ । ଖାସ ସେଥିପାଇଁ ଏଭଳି କିଛି ଅଧିକ ଫଟୋ ତାଙ୍କ ଆକାଉଣ୍ଟରେ ପୋଷ୍ଟ ହୋଇଛି କି ନାହିଁ ତାହା ଜାଣିବା କାଠିକର ହୋଇଛି । କିନ୍ତୁ ଯୁବତୀ ଜଣକ ନିଜ ଆଡୁ ଯୁବ ବିଧାୟକଙ୍କ ସହ ରିଲେସନସିପରେ ରହିଥିବା କଥା ଉଠାଇବା ପରେ ଏବେ ଏହି ଅବିବାହିତ ଯୁବ ବିଧାୟକ ଜଣକ କିଏ ତାହାକୁ ନେଇ ଚର୍ଚ୍ଚା ଜୋରଦାର ହେଉଛି ।
ଏକ ବିଶ୍ୱସ୍ତ ସୂତ୍ର ଅନୁଯାୟୀ, ଦୀର୍ଘ ଦୁଇ ବର୍ଷରୁ ଅଧିକ ହେବ ସଂପୃକ୍ତ ବିଧାୟକ ଏହି ଯୁବତୀଙ୍କ ସଂସ୍ପର୍ଶରେ ରହି ଆସିଛନ୍ତି । ସେତେବେଳେ ଯେହେତୁ ସେ ବିଧାୟକ ହୋଇନଥିଲେ, ତେଣୁ ଦୁହିଙ୍କ ମିଳାମିଶାକୁ କେହି ଗୁରୁତ୍ୱ ଦେଉ ନଥିଲେ । ହେଲେ ଏବେ ଶାସକ ଦଳର ବିଧାୟକ ରହିଥିବାରୁ ସୋସିଆଲ୍ ମିଡିଆରେ ଯୁବତୀଙ୍କ ଏପ୍ରକାର ପୋଷ୍ଟ୍ ହଠାତ ଭାଇରାଲ୍ ହେବାରେ ଲାଗିଛି । ଏଣେ ବିଧାୟକଙ୍କ କିଛି ନିକଟତମ ସମର୍ଥକ ଉଭୟଙ୍କ ସଂପର୍କକୁ ଅସ୍ୱୀକାର କରୁନଥିଲେ ସୁଦ୍ଧା, ଏହି ଘଟଣାରେ ସେଭଳି କିଛି ଖରାପ ଦିଗ ନଥିବା କହି ବୁଲୁଛନ୍ତି । ତେଣୁ ଏହା ଉଭୟଙ୍କ ସଚ୍ଚା ପ୍ରେମ କାହାଣୀ ନା ବିଧାୟକଙ୍କୁ ବ୍ଲାକ୍ମେଲିଂ ନା ଏକତରଫା ପ୍ରେମ ତାହା ବୁଝାପଡ଼ୁନି ।

Related posts

ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Report

କପ୍ତିପଦା ଉପଖଣ୍ଡରେ ଅଦିନିଆ ବର୍ଷା

Report

କଣିହାଁ ବ୍ଲକସ୍ଥ ବଜ୍ରକୋଟରେ ଯୁବ କ୍ଲବର ବିକାଶ କାର୍ଯ୍ୟକ୍ରମ

Report

Leave a Comment