ରିପୋଟର୍ସ ଟୁଡେ ବ୍ୟୁରୋ: ନକଲ ବଲ ଉଭାବନ କାରି ହେଉଛନ୍ତି ଜହିର ଖାନ । ଏହା ଏମିତି ଏକ ବଲ ଯାହାକୁ ପକାଇ ବିଶ୍ୱକପରେ ଇତିହାସ ରଚନା କରିଥିଲେ ଜହିର ଖାନ । ତେବେ ଆଜି ହେଉଛି ଜହିର ଖାନଙ୍କ ଜନ୍ମଦିନ । ୪୪ବର୍ଷରେ ପାଦ ଥାପିଛନ୍ତି ଜହିର । ୧୪ବର୍ଷ ଆନ୍ତର୍ଜାତୀୟ କ୍ୟାରିୟରେ ଜହିର ମୋଟ ୬୧୦ ୱିକେଟ ନେଇଛନ୍ତି ।୧୯୭୮ ମସିହାରେ ମହାରାଷ୍ଟ୍ରର ଅହମ୍ମଦନଗରରେ ଜନ୍ମଗ୍ରହଣ କରିଥିଲେ ଜହିର ଖାନ । ଶ୍ରୀରାମପୁରର ବାସିନ୍ଦା ଥିଲେ ଜହିର ।
ସେ ପାଠ ପଢି ଇଞ୍ଜିନିୟର ହେବାକୁ ଚାହୁଁଥିଲେ । କିନ୍ତୁ ତାଙ୍କୁ କ୍ରିକେଟ ପାଇଁ ତାଙ୍କ ବାପା ପ୍ରେରଣା ଦେଇଥିଲେ । ତାଙ୍କ ବାପା କହିବା ଅନୁସାରେ ଆମ ଦେଶରେ ବହୁ ଇଞ୍ଜିନିୟର ଅଛନ୍ତି ହେଲେ ଜଣେ ବୋଲର ହୋଇ ଦେଶ ପାଇଁ ଖେଳିବା ଦରକାର । ଶେଷରେ ଜହିରଙ୍କ ବାପା ମୁମ୍ବାଇ ନେଇ ୧୭ବର୍ଷ ପୁଅକୁ ଖେଳ ପାଇଁ ଅନୁପ୍ରାଣିତ କରିଥିଲେ । ତେବେ ଜହିରଙ୍କୁ ଆଜି ଦିନରେ ଅନେକ ଅନେକ ଶୁଭେଚ୍ଛା ଜଣାଇବାସହ ଭାରତ ପାଇଁ ଆଗକୁ ଆହୁରି ଭଲ ଖେଳି ଦେଶକୁ ଗର୍ବିତ କରାନ୍ତୁ ବୋଲି ଶୁଭ କାମନା ଜଣାଇଛୁ ।