ପୋଲାଣ୍ଡ ପଳାଇବା କଥାକୁ ମିଥ୍ୟା ପ୍ରମାଣ କଲେ ଜେଲେନସ୍କି

0

 କିଭ: ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି ୟୁକ୍ରେନ ଛାଡି ପୋଲାଣ୍ଡ ପଳାଇବା କଥା ଶୁଣି ବାକୁ ମିଳିଥିଲା । କିନ୍ତୁ ଏହି କଥାକୁ ଖଣ୍ଡନ କରିଛନ୍ତି ଜେଲେନ୍‌ସ୍କି । ଦେଶ ଛାଡି ପୋଲାଣ୍ଡ ପଳାଇବା କଥା ଋଷୀୟ ଗଣମାଧ୍ୟମ କରୁଥିବା ବେଳେ ଏହାକୁ ମିଥ୍ୟା ପ୍ରମାଣ କରିଛନ୍ତି ୟୁକ୍ରେନ ରାଷ୍ଟ୍ର ପତି । ଆଉ ଏହି ସମ୍ବନ୍ଧିୟ ଏକ ଭିଡିଓ ଜେଲେନ୍‌ସ୍କି ପୋଷ୍ଟ କରିଛନ୍ତି । କିଭରେ ଥିବା ତାଙ୍କ ଅଫିସରେ ବସି ସେ ଏକ ଭିଡିଓ କରି ଇନ୍‌ଷ୍ଟାଗ୍ରାମରେ ଜେଲେନସ୍କି ସେୟାର କରିଛନ୍ତି । ସେଠାରେ ତାଙ୍କ ଅଫିସର ଅଧିକାରୀମାନେ ବସିଥିବାର ମଧ୍ୟ ସେହି ଭିଡିଓରେ ଦେଖାଯାଇଛି । ଆଉ ତାର କ୍ୟାପସନରେ ଲେଖିଛନ୍ତି, ମୁଁ କିଭରେ ଅଛି । ଏଠି କାମ କରୁଛି । କେହି କୁଆଡେ ଖସି ପଳାଇ ଯାଇ ନାହାନ୍ତି ।

ଆହୁରି ମଧ୍ୟ ଗୁଜବ ଉଠିଥିଲା କି, ରୁଷୀୟ ସେନା ଆକ୍ରମଣ ତୀବ୍ରତର ହେଉଥିବା ବେଳେ ୟୁକ୍ରେନୀୟ ସଂସଦ ଗୁପ୍ତ ବୈଠକ ଡାକିବା ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ଅର୍ଥାତ୍, ମାର୍ଚ ୨ ତାରିଖରେ ସେ ୟୁକ୍ରେନ୍ରୁ ପଳାଇଛନ୍ତି। ଏହି ସବୁ କଥାକୁ ମିଥ୍ୟା ଓ ଗୁଜବ ବୋଲି ପ୍ରମାଣ କରି ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।