ଜେଲେଂସ୍କିଙ୍କୁ ସାତ ଦିନରେ ତିନିଥର ହତ୍ୟା ଉଦ୍ୟମ

ୟୁକ୍ରେନ୍ ରାଷ୍ଟ୍ରପତି ଜେଲେଂସ୍କିଙ୍କୁ ହତ୍ୟା ଉଦ୍ୟମ

0

କିଭ: ପ୍ରାୟ ଗୋଟିଏ ସପ୍ତାହ ଭିତରେ ଜେଲେଂସ୍କିଙ୍କୁ ତିନିଥର ହତ୍ୟା କରିବାକୁ ଉଦ୍ୟମ କରାଯାଇଛି । ଏଭଳି ଦାବି କରିଛି, ଦ ଟାଇମ୍ସ । ଏହାଛଡା ଦ ଟାଇମ୍ସ ଋଷ ଏଜେନ୍ସି ସହେଯୋଗରେ ହତ୍ୟା ଉଦ୍ୟମ ବିଫଳ ହୋଇଥିବା ଦାବି କରିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଫେବ୍ରୁଆରୀ ୨୪ ତାରିଖରେ ୟୁକ୍ରେନରେ ମିଲିଟାରୀ ଅପରେସନ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ଆରମ୍ଭ ହୋଇ ଯାଇଥିଲା ଯୁଦ୍ଧ । ଏପର୍ଯ୍ୟନ୍ତ ଋଷ ୟୁକ୍ରେନର କିଛି ଅଂଶକୁ ନିଜ ଅକ୍ତିଆରକୁ ନେଇ ସାରିଛି। ଏବେ ଋଷ ୟୁକ୍ରେନର ରାଜଧାନୀ ଉପରକୁ ଆକ୍ରମଣ କରିବାରେ ଲାଗିପଡିଛି । ବ୍ରିଟିଶ ଖବରକାଗଜ ଦ ଟାଇମ୍ସର ରିପୋର୍ଟ ଅନୁସାରେ ଜେଲେଂସ୍କିଙ୍କୁ ହତ୍ୟା ପାଇଁ ସୁପାରି ଦିଆଯାଇଥିଲା । ଋଷ ସମର୍ଥିତ ୱାଗନର ଗ୍ରୁପ୍ ସହ ଚେଚନ ବିଶେଷ ବଳ ମଧ୍ୟ ସାମିଲ୍ ଥିବା ଜଣାପଡୁଛି ।